କଳିଙ୍ଗରେ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ ଉଦଘାଟିତ : ବ୍ରାଜିଲ, ଆମେରିକା ଜିତିଲେ

ଭୁବନେଶ୍ୱର – ଉଦଘାଟିତ ହୋଇଛି ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ ଫୁଟବଲ । କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ଉପସ୍ଥିତିରେ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି । କଳିଙ୍ଗରେ ଖେଳାଯାଇଥିବା ଗ୍ରୁପ ଏ ର ପ୍ରଥମ ମ୍ୟାଚରେ ଟାଇଟଲ ଫେଭରିଟ ବ୍ରାଜିଲ, ମରକ୍କୋକୁ ୧-୦ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଛି ।

ଆଜିଠାରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଅଣ୍ଡର ୧୭ ମହିଳା ବିଶ୍ବକପ୍ ଫୁଟବଲ । ମ୍ୟାଚରେ ପଞ୍ଚମ ମିନିଟରେ ବ୍ରାଜିଲ ଏକମାତ୍ର ଗୋଲ ସ୍କୋର କରିଥିଲା । କଳିଙ୍ଗରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଶକ୍ତିଶାଳୀ ଆମେରିକା ଭାରତ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି ।

ସେପଟେ ଗୋଆରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଛି ଚିଲି । ଭୁବନେଶ୍ୱର ସମେତ ଗୋଆ ଓ ନବୀ ମୁମ୍ବାଇରେ ମଧ୍ୟ ଏହି ବିଶ୍ୱକପ୍ ଆୟୋଜିତ ହେଉଛି ।

Comments are closed.