ଭିଜିଲାନ୍ସ ଜାଲରେ ବାଂଶପାଳ ବ୍ଲକ ଶିକ୍ଷାଧିକାରୀ ଅଫିସର କନିଷ୍ଠ କିରାଣୀ 

କେନ୍ଦୁଝର – ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର କିରାଣୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଂଶପାଳ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆଜି ସକାଳେ ଭିଜିଲାନ୍ସ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ କରିଛି । ତାଙ୍କ ଅଫିସ, ନିଜ ଗାଁ ଘର ସମେତ ଏକକାଳୀନ ପାଞ୍ଚଟି ଜାଗାରେ ଚଢ଼ାଉ କରିଛି ଭିଜିଲାନ୍ସ। ଚଢ଼ାଉରେ  ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ୯ ଜଣ କନେଷ୍ଟବଳ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।

Comments are closed.