ଭୁବନେଶ୍ୱର – ମହାବାତ୍ୟା ଗୁଜବରେ ବିଶ୍ୱାସ ନକରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ବାତ୍ୟା ନେଇ କୌଣସି ସୂଚନା ଜାରି ହୋଇନି । ୭ ଦିନ ପୂର୍ବରୁ ବାତ୍ୟା ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ପାଣିପାଗ ସୂଚନା ଦେବା ପାଇଁ ପାଣିପାଗ ବିଭାଗ ୨୪ଘଣ୍ଟା କାର୍ଯ୍ୟରତ । ତେଣୁ ଗୁଜବଠୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛି ବିଭାଗ । ଏହିମାସ ତୃତୀୟ ସପ୍ତାହରେ ଏକ ମହାବାତ୍ୟା ଆସିପାରେ ବୋଲି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ପରିପ୍ରେକ୍ଷୀରେ ପାଣିପାଗ ବିଭାଗ ପକ୍ଷରୁ ଏହି ପ୍ରତିକ୍ରିୟା ଦିଆଯାଇଛି।
✔️ବାତ୍ୟା ସମ୍ଭନ୍ଧରେ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରିହୋଇନାହିଁ,
✔️ଆହୁରି ମଧ୍ୟ କୌଣସି ପାଣିପାଗ ଘଟଣା ସମ୍ଭନ୍ଧରେ ୭ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ
✔️ପାଣିପାଗ ସହ ଜଡିତ ସଠିକ ସୂଚନା ଦେବା ପାଇଁ ଆମେ ୨୪ଘଣ୍ଟା କାର୍ଯ୍ୟରତ
ତେଣୁ ଆପଣମାନେ “#ଗୁଜବ” ଠାରୁ ଦୁରେଇରୁହନ୍ତୁ pic.twitter.com/WTxjUkNiYW— Meteorological Centre, Bhubaneswar (@mcbbsr) October 12, 2022
Comments are closed.