ମାଲବାହୀ ଟ୍ରେନ ଲାଇନଚ୍ୟୁତ, ସମ୍ବଲପୁର – ଝାରସୁଗୁଡ଼ା ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ସମ୍ବଲପୁର – ସମ୍ବଲପୁର-ଝାରସୁଗୁଡ଼ା ରେଳ ଲାଇନର ସରଲା ୟାର୍ଡଠାରେ ଏକ ମାଲବାହୀ ଟ୍ରେନର ୪ଟି ବଗି ଗତକାଲି ବିଳମ୍ବିତ ରାତିରେ ଲାଇନଚ୍ୟୁତ ହୋଇଛି। ଏକ ସିମେଣ୍ଟ ବୋଝେଇ ମାଲଗାଡ଼ି ଝାରସୁଗୁଡ଼ା ପଟୁ ସମ୍ବଲପୁର ସିଟି ଷ୍ଟେସନ ଯାଉଥିବା ବେଳେ ସରଲା ୟାର୍ଡ ନିକଟରେ ଏହାର ୪ଟି ବଗି ଲାଇନଚ୍ୟୁତ ହୋଇଥିଲା। ଏଥିଯୋଗୁଁ ସେହି ରୁଟ୍ ଦେଇ ଚଳାଚଳ କରୁଥିବା କିଛି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। କେତେକ ଟ୍ରେନକୁ ବାତିଲ କରି ଦିଆଯାଇଥିବା ବେଳେ ଅନ୍ୟ କିଛି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି।

ଆଜି ୨ଟି ଟ୍ରେନକୁ ବାତିଲ କରାଯାଇଛି। ଝାରସୁଗୁଡ଼ା-ସମ୍ବଲପୁର ପାସେଞ୍ଜର ଓ ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସ ବାତିଲ କରିଦିଆଯାଇଛି। ପୁରୀ-ଇନ୍ଦୋର ଏକ୍ସପ୍ରେସ ଭାୟା ସମ୍ବଲପୁର ଦେଇ ଆଜି ଯାତ୍ରା କରିବ। ରାଉରକେଲା ଗୁଣପୁର ଏକ୍ସପ୍ରେସ ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସକୁ ସମ୍ବଲପୁର ଷ୍ଟେସନ ଦେଇ ଛଡାଯାଇଛି। ଟ୍ରାକରେ ମରାମତି କାମ ଚାଲିଛି ।

Comments are closed.