ଭିଜିଲାନ୍ସ ଜାଲରେ ଜଳସେଚନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ବାଲେଶ୍ଵର – ବାଲେଶ୍ଵର ଜିଲ୍ଲାର ବାଲେଶ୍ଵର ମାଇନର ଇରିଗେସନ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ। ରାୟଗଡ଼ାର କସ୍ତୁରୀ ନଗର ପ୍ରଥମ ଲେନ ସ୍ଥିତ ପୈତୃକ ଘର, ବିଶାଖାପାଟଣା ଚିନ୍ନାଗଡଲିରେ ଥିବା ହିଲ୍ ଭିଉ ରେସିଡେନସୀର ଫ୍ଲାଟ , ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ହାଇଟେକ ପ୍ଲାଜା ଫ୍ଲାଟ, ବାରିପଦା ମୁର୍ଗାବାଡି ଏଲଆଇସି କଲୋନୀରେ ଥିବା ଆବାସିକ ସରକାରୀ କ୍ୱାର୍ଟର ଓ ବାଲେଶ୍ଵର ସ୍ଥିତ ମାଇନର ଇରିଗେସନ ଡିଭିଜନର ଅଫିସରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ।

Comments are closed.