ଧାମନଗର ଉପନିର୍ବାଚନ: ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ

ଧାମନଗର – ଧାମନଗର ଉପନିର୍ବାଚନ ପାଇଁ ସରଗରମ ହୋଇଛି ରାଜନୀତି । ସବୁ ପ୍ରମୁଖ ଦଳ ବିଜୟ ନେଇ ପ୍ରସ୍ତୁତ କରୁଛନ୍ତି ସ୍ୱତନ୍ତ୍ର ରଣନୀତି । ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ଭଦ୍ରକ ବ୍ଲକ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ ଅବନ୍ତୀ । ଧାମନଗରରେ ବଡ଼ ବିଜୟ ପାଇଁ ସମରସଜ୍ଜା ଆରମ୍ଭ କରିଛି ବିଜେଡି । ଏହି ଆସନରେ ଏଥର ବାଜି ମାରିବାକୁ ପ୍ରସ୍ତୁତ ହେଉଛି ବିଜେଡି । ଅଧିକ ବ୍ୟବଧାନରେ ଜିତିବାକୁ ପ୍ରୟାସ କରୁଛନ୍ତି ନେତା ଓ କର୍ମୀ ।

ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଛନ୍ତି । ବିଜେପି ପାଇଁ ୩ ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବେ । ବୁଥ୍ ଏବଂ ଓ୍ୱାର୍ଡ ସ୍ତରରେ ବିଜେପି ଜୋରଦାର ପ୍ରଚାର କରିବାକୁ ଅଣ୍ଟା ଭିଡ଼ିଛି । ଭଲ ପ୍ରଦର୍ଶନ ପାଇଁ କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଦେଇଛି । ବିଜେପି ପକ୍ଷରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି। ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାମାସ ୩ ତାରିଖରେ ଭୋଟ ନିଆଯିବ । ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଏ‌ହି ଆସନ ଖାଲି ପଡ଼ିଛି।

Comments are closed.