ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ ସଂଘର୍ଷ ସମିତି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ବଲାଙ୍ଗିର ୧୪/୧୦: ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ କାମକୁ ସ୍ୱରାନ୍ୱିତ କରିବା ଦାବିରେ ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ ସଂଘର୍ଷ ସମିତି ତରଫରୁ ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମିତିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଧାରଣାରେ ଜିଲ୍ଲାର ବିଭିନ୍ନ ସାମାଜିକ ଓ ରାଜନୈତିକ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗ ଦେଇ ଜିଲ୍ଲାରେ ଗମନାଗମନ କ୍ଷେତ୍ରରେ ତଥା ରାଜଧାନୀ ସହ ବ୍ୟବବସାୟିକ ସଂପର୍କ ସ୍ଥାପନ କ୍ଷେତ୍ରରେ ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ ଏକ ମାଇଲଖୁଣ୍ଡ ହେବ ବୋଲି ଉଦ୍‌ବୋଧନ ଦେଇଥିଲେ । ଆଜି ଗୋଟିଏ ଦିନରେ ଏହି ସମାନ ଦାବିକୁ ନେଇ ସୋନପୁର, ବୌଦ୍ଧ ଓ ଫୁଲବାଣୀ ଜିଲ୍ଲାରେ ମଧ୍ୟ ସଂଘର୍ଷ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଛି ।

Comments are closed.