ବିଭିନ୍ନ ସାମଗ୍ରୀ ଚୋରି ଘଟଣାରେ ୮ ଗିରଫ

ବରଗଡ଼: ବରଗଡ଼ ଟାଉନ ଅଞ୍ଚଳରେ ବିଗତ ଦିନରେ ଚୋରି ଓ ଲୁଟ୍ ଘଟଣା ବଢୁଥିବା ବେଳେ ପୁଲିସ ତତ୍ପରତା ପ୍ରକାଶ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ତଦନ୍ତ କମିଟି ଗଠନ କରିଥିଲା । ତେବେ ପୂର୍ବ ଦିନମାନଙ୍କରେ ହୋଇଥିବା ବିଭିନ୍ନ ଚୋରି ଘଟଣାରେ ପୁଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ, ବଲାଙ୍ଗୀର ଜିଲା ଲରମ୍ଭା ଥାନା ଲୁହାସିଂହାର ଫ୍ରାନ୍ସିସ କୁମ୍ଭାର, ବରଗଡ଼ ଟାଉନ ଥାନା ଅଧୀନ ବାଞ୍ଜିଝୁପୁଡିର ରାଜ ଛତ୍ରିଆ, ଗୋବିନ୍ଦପାଲିର ଇନ୍ଦ୍ରେଶ ସିଂ, ନିଲିବନ୍ଧ ପଡାର ସୋନୁ ସାହୁ, ଅଙ୍କିତ ମାଝି, ନୂଆପଡାର ହରିହର ଭୋଇ, ମଙ୍ଗଳା ଝୁପୁଡିର ସରୋଜ ନାଗ ଏବଂ ତଳିପଡାର ଅଶୋକ ଠେଲା। ସେମାନଙ୍କ ଠାରୁ ୩ଟି ଚୋରା ମୋଟର ସାଇକେଲ,୨ଟି ଗାଡ଼ି ଚକ, ଗୋଟିଏ ମୋବାଇଲ ଫୋନ, ଗୋଟିଏ ଏଟିଏମ୍ କାର୍ଡ,୪ଟି ବିଦ୍ୟୁତ ଖୁଣ୍ଟ ଜବତ କରାଯାଇଥିବା ନେଇ ଆଜି ଉପଖଣ୍ଡ ପୋଲିସ ଅଧିକାରୀ ଅମୃତ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ଏନେଇ ଏକ ମାମଲା ରୁଜୁ କରିବା ୮ ଜଣଙ୍କୁ ଗିରଫ କରାଯାଇଛି ।

Comments are closed.