ଏସୀୟ ଯୁବ ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ଜିତିଲେ ଓଡ଼ିଶାର ସବିତା ଟପ୍ପୋ, ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – କୁଏତରେ ଖେଳାଯାଉଥିବା ଚତୁର୍ଥ ଏସୀୟ ଯୁବ ଆଥଲେଟିକ୍ସ ଚାମ୍ପିଅନସିପର ମହିଳା ୧୦୦ ମିଟର ହର୍ଡଲସରେ ରୈ।ପ୍ୟ ପଦକ ହାସଲ କରିଛନ୍ତି ଓଡ଼ିଆ ଝିଅ ସବିତା ଟପ୍ପୋ । ସବିତାଙ୍କ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ଦିନରେ ମଧ୍ୟ ସବିତା ରାଜ୍ୟ ଓ ଦେଶ ପାଇଁ ଗୈ।ରବ ଆଣିବେ ବୋଲି କହି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସବିତା ହେଉଛନ୍ତି ଓଡିଶା ରିଲାଏନ୍ସ ଫାଉଣ୍ଡେସନ ହାଇପରଫରମାନସ ସେଣ୍ଟରର ପ୍ରଶିକ୍ଷାର୍ଥୀ ।

Comments are closed.