ଆଜି ନବୀନଙ୍କ ଜନ୍ମଦିନ : ସେବା ଦିବସ ଭାବେ ପାଳନ କରୁଛି ବିଜେଡି, ଜନନାୟକଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ବର – ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜନନାୟକ ତଥା ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟର ସମ୍ରାଟ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୬ ବର୍ଷରେ ପାଦ ଦେଇଛନ୍ତି ସଭିଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ । ସବୁଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । କିନ୍ତୁ ସାଦାସିଧା ଜୀବନଯାପନରେ ବିଶ୍ୱାସ କରୁଥିବା ନବୀନଙ୍କ ପାଇଁ ଆଜି କେବଳ ଆଉ ଏକ ସାଧାରଣ ଦିନଟିଏ। ଏ ବର୍ଷ ଜନସେବାର ୨୫ ବର୍ଷ ପୂରଣ କରିଥିବା ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସ୍ନେହ ଓ ଆଶୀର୍ବାଦ ହିଁ ତାଙ୍କ ପାଇଁ ସବୁଠୁ ବଡ଼ ବୋଲି କହିଆସିଛନ୍ତି ।

ନବୀନଙ୍କ ଜନ୍ମଦିନକୁ ବିଜୁ ଜନତା ଦଳର କର୍ମୀ ଓ ନେତାମାନେ ଆଜିର ଦିନକୁ ସେବାର ଦିନ ଭାବେ ପାଳନ କରୁଛନ୍ତି । ସାରା ରାଜ୍ୟରେ ବ୍ୟାପକ ହେଉଛି ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି ଦଳ । ବ୍ୟାପକ ବୃକ୍ଷରୋପଣ ବି କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଯାଜପୁରରେ ଜିଲ୍ଲା ବାଳାଶ୍ରମ ପଡ଼ିଆ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ପ୍ରତିମୂର୍ତ୍ତି ଲଗାଯାଇଛି । ଏହି ଅବସରରେ ଆୟୋଜନ ହୋଇଛି ବ୍ୟାପକ କାର୍ଯ୍ୟକ୍ରମ ।

Comments are closed.