ଜନ୍ମଦିନ କର୍ମଦିନ : ଭୁବନେଶ୍ଵରରେ ଆଇବିଏମ ଡେଭଲପମେଣ୍ଟ ସେଣ୍ଟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ଇନଭେଷ୍ଟର୍ସ ମିଟ ପାଇଁ ଯିବେ ହାଇଦ୍ରାବାଦ

ଭୁବନେଶ୍ୱର -ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଜନସେବାରେ ୨୫ ବର୍ଷ ଉତ୍ସର୍ଗ କରିଥିବା ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଜନ୍ମଦିନ ମଧ୍ୟ ଅନ୍ୟଦିନ ପରି ଏକ ସାଧାରଣ ଦିନ । ସବୁଦିନ ପରି ଆଜି ବି ଏକ କର୍ମମୟ ଦିନ । ଜନ୍ମଦିନ ମନାଇବେ ନାହିଁ ନବୀନ । ତେଣୁ ଆଜି ନବୀନ ନିବାସ ନ ଯିବାକୁ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ ।

ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଟେକ୍ ଜିଆଣ୍ଟ ଆଇବିଏମର ଡେଭଲପମେଣ୍ଟ ସେଣ୍ଟର ଉଦଘାଟନ କରିବେ । ଏହି ସେଣ୍ଟର ଦ୍ୱାରା ରାଜ୍ୟରେ ଆଇଟି କ୍ଷେତ୍ରକୁ ବଳ ମିଳିବ ।

ମୁଖ୍ୟମନ୍ତ୍ରୀ ଆଜି ହାଇଦ୍ରାବାଦ ଗସ୍ତରେ ଯିବେ । ସେଠାରେ ଆସନ୍ତାକାଲି ହେବାକୁ ଥିବା ମେକ ଇନ୍ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗଦେବେ ।

ତେଣୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସେ ସର୍ବଦା ଋଣୀ ରହିବେ ବୋଲି କହିଛନ୍ତି ।

Comments are closed.