ଭାରସାମ୍ୟ ହରାଇ ପୋଲକୁ ଧକ୍କା ଦେଲା କାର, ଜଣେ ମୃତ, ଜଣେ ଗୁରୁତର

ବୌଦ୍ଧ: ବ୍ରିଜ ୱାଲକୁ ଧକ୍କାଦେଲା କାର । ଏହି ଦୁର୍ଘଟଣାରେ ଜଣକର ମୃତ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଗୁରୁତର ବ୍ୟକ୍ତି ଜଣକ ହେଲେ କାର ଚାଳକ ଜିତେନ୍ଦ୍ର ଦାସ ।
ସୂଚନା ମୁତାବକ ବୌଦ୍ଧରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ କାର (ଓଡ଼ି ୧୭ ଏଲ ୭୨୩୦) ନମ୍ବର ବିଶିଷ୍ଟ ଗାଡ଼ିଟି ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ କରଡାକୋଠା ନିକଟରେ ଥିବା ବ୍ରିଜ ୱାଲକୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଜଣଙ୍କୁ ପୁରୁଣାକଟକ ଚିକିତ୍ସାଳୟ ଓ ପରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଜାରି ରଖୁଛି ।

Comments are closed.