ରୋପୱେ ବାତିଲ ପ୍ରତିବାଦରେ ଖପ୍ରାଖୋଲ ୧୨ ଘଣ୍ଟିଆ ବନ୍ଦ

ବଲାଙ୍ଗୀର: କୋଶଳ ଯୁବ ସଂଘର୍ଷ ବାହିନୀ ପକ୍ଷରୁ ୧୨ ଘଣ୍ଟିଆ ଖପ୍ରାଖୋଲ ବନ୍ଦ ପାଳନ କରାଯାଉଛି। ହରିଶଙ୍କର-ନୃସିଂହନାଥ ପ୍ରସ୍ତାବିତ ରୋପୱେ ବାତିଲ ପ୍ରତିବାଦରେ ଏହି ବନ୍ଦ ପାଳିତ ହେଉଛି। ହରିଶଙ୍କରରୁ ନୃସିଂହନାଥ ରୋପୱେ ନିର୍ମାଣ ଲାଗି ଦାବି ହେଉଛି। ଏହାର ପ୍ରଭାବରେ ଖପ୍ରାଖୋଲର ଦୋକାନ ବଜାର, ସ୍କୁଲ, କଲେଜ ବନ୍ଦ ରହିଛି। ଏହାଛଡ଼ା ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଥିବାର ଖବର ମିଳିଛି ।

Comments are closed.