ଯୁବକଙ୍କୁ ବାଇକରେ ବାନ୍ଧି ଦୈ।ଡାଇବା ଘଟଣାରେ ଦୁଇ ଅଭିଯୁକ୍ତ ଅଟକ

କଟକ- ଜଣେ ଯୁବକଙ୍କୁ ବାଇକରେ ବାନ୍ଧି ରାସ୍ତାରେ ଦୌଡ଼ାଇବା ଭଳି ଅମାନବୀୟ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ। ଏ ନେଇ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୁଇ ଅଭିଯୁକ୍ତ ପରସ୍ପରକୁ ଜାଣିଛନ୍ତି। ପଇସା ଫେରସ୍ତକୁ ନେଇ ଏଭଳି କାଣ୍ଡ ଭିଆଇଛନ୍ତି ଅଭିଯୁକ୍ତ। ଉଭୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଅଟକ ରଖାଯାଇଛି। ପୂର୍ବରୁ ସେଦୁହେଁ କୌଣସି ଅପରାଧରେ ଲିପ୍ତ ରହିଛନ୍ତି କି ନାହିଁ ତାହାର ତଦନ୍ତ ଚାଲିଛି |

ସେ ଆହୁରି ମଧ୍ୟ କହିଛନ୍ତି, ଉଭୟ ଅଭିଯୁକ୍ତ ଲାଲବାଗ ଅଞ୍ଚଳର ବାସିନ୍ଦା । ସେହି ଅଞ୍ଚଳର ସିସିଟିଭି ଯାଞ୍ଚ କରାଯାଉଛି। ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇବା ସମୟରେ ଯଦି କୌଣସି ଟ୍ରାଫିକ ପୋଷ୍ଟ ଅତିକ୍ରମ କରିଥିବେ ଓ ଏହି ଘଟଣାକୁ ଯଦି ଟ୍ରାଫିକ ପୁଲିସ ଅଣଦେଖା କରିଥିବେ, ତାହା ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୀଡ଼ିତଙ୍କୁ ଖୋଜାଖୋଜି ଜାରି ରଖିଛୁ। ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଉଧାର ଟଙ୍କା ଫେରସ୍ତ ନ ଦେବାରୁ କଟକ ସହରରେ ଜଣେ ଯୁବକଙ୍କୁ ଅନ୍ୟ ଦୁଇଜଣ ଯୁବକ ଅମାନୁଷିକ ଭାବେ ବାଇକ୍ ପଛରେ ବାନ୍ଧି ୨ କିଲୋମିଟରରୁ ଅଧିକ ଦୂର ଦୌଡ଼ାଇବା ସହ ପ୍ରତିରୋଧ କରିବାକୁ ଆସୁଥିବା ଲୋକଙ୍କୁ ସେମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଛନ୍ତି। ସହର ଭିତରେ ମିସନ ରୋଡ୍ ଅଞ୍ଚଳରେ ଅଧଘଣ୍ଟା ଧରି ଏଭଳି ବର୍ବରକାଣ୍ଡ ଚାଲିଥିଲା ।

Comments are closed.