ଅତିରିକ୍ତ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଆଗଲପୁର ଅତିରିକ୍ତ ତହସିଲଦାରଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ବେଆଇନ ଭାବେ ଚାଲିଥିବା ବାଲି ଚୋରା ଚାଲାଣକୁ ରୋକିବା ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ମତେ ଅଙ୍ଗନଦୀରେ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ନେଇ ଆଗଲପୁର ତହସିଲଦାର ସୂଚିତା ପୁଷ୍ପା ସୂଚନା ପାଇ ବିଭାଗୀୟ ଅଧିକାରୀଙ୍କୁ ଚଢଉ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ନିର୍ଦ୍ଦେଶ ଅନୁଯାୟୀ ଅତିରିକ୍ତ ତହସିଲଦାର ପଧାନଙ୍କ ସମେତ ଆରଆଇ ସୁଶାନ୍ତ ପଟେଲ ଓ ନୀଳମାଧଵ ନାଏକ ଘଟଣା ସ୍ଥଳରେ ପହଂଚି ଥିଲେ । ଏହି ସମୟରେ ଟ୍ରାକ୍ଟରରେ ବାଲି ଚାଲାଣ କରୁଥିବା ବେଳେ ମାଫିଆମାନେ ସେମାନଙ୍କୁ ଦେଖି ଆକ୍ରମଣ କରିଥିଲେ । ଫଳରେ ଶ୍ରୀ ପଧାନ ଓ ଆରଆଇ ଦ୍ୱୟ ଗୁରୁତର ଆହତ ହୋଇଛନ୍ତି । ଏନେଇ ଲୋଇସିଂହା ଥାନାରେ ଏକ ମାମଲା ରୁଜୁ ହୋଇଛି ।

Comments are closed.