ଚମାଖଣ୍ଡି ନିକଟ ରାଜପଥରେ ଟ୍ରଲର୍ ମାଡ଼ିଗଲା, ୯ ଗାଈ ବାଛୁରୀ ମୃତ

ଛତ୍ରପୁର: ଚମାଖଣ୍ଡି ଥାନା ନିକଟ ଜାତୀୟ ରାଜପଥରେ ସୋମବାର ଅପରାହ୍ନରେ ଅଘଟଣ ଘଟିଛି। ଏକ ଟ୍ରଲର୍ ଧକ୍କାରେ ୯ଟି ଗାଈ ଏବଂ ବାଛୁରୀଙ୍କ ଜୀବନ ଯାଇଛି। ଟ୍ରଲରଟି ବ୍ରହ୍ମପୁର ପଟୁ ଭୁବନେଶ୍ୱରକୁ ଯାଉଥିବା ବେଳେ ରାଜପଥ ଉପରକୁ ଚାଲି ଆସିଥିବା ପଶୁମାନଙ୍କ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ୨ ଘଣ୍ଟା ଧରି ରାଜପଥ ଅବରୋଧ କରିଥିଲେ। ଶହ ଶହ ଯାନବାହାନ ରାଜପଥରେ ଅଟକି ରହିଥିଲା। ଘଟଣାସ୍ଥଳରେ ଚମାଖଣ୍ଡି ଥାନା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଛି।

Comments are closed.