ଦୀପାବଳୀ ଦିନ କାହିଁକି ମା ଲକ୍ଷ୍ମୀଙ୍କୁ ପୂଜା କରା ଯାଇଥାଏ ?

ହିନ୍ଦୁ ଧର୍ମରେ ଦୀପାବଳୀ ଗୋଟିଏ ମହତ୍ତ୍ବପୂର୍ଣ୍ଣ ପର୍ବଅଟେ। କାର୍ତ୍ତିକ ମାସ କୃଷ୍ଣ ପକ୍ଷର ଅମାବାସ୍ୟା ଦିନ ପଡିଥାଏ। ଦୀପାବଳୀ ଦିନ ମା ଲକ୍ଷ୍ମୀ ଓ ଭଗବାନ୍ ଗଣେଷଙ୍କ ର ବିଧି ବିଧାନ ଭାବରେ ପୂଜା କରାଯାଇଥାଏ । ଗଣେଶ ଓ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ଘରର ସୁଖ ସମୃଦ୍ଧି ବୃଦ୍ଧି କରାଇ ଥାଏ ।

• ଦୀପାବଳୀ ଦିନ ଶୁଭ ମୂହୁର୍ତ୍ତ ଦେଖି ଲକ୍ଷ୍ମୀ ପୂଜା କରାଯିବା ଉଚିତ। ଏହିଦିନ ଲକ୍ଷ୍ମୀଙ୍କ ସହିତ ଗଣେଶ ଙ୍କୁ ମଧ୍ୟ ପୂଜନ କରାଯାଏ।

• ଏହିଦିନ ମାତା ଲକ୍ଷ୍ମୀଙ୍କୁ ହଳଦିଆ ବସ୍ତ୍ର ଅର୍ପଣ କରିବା ଉଚିତ୍ । ମାନ୍ୟତା ରହିଛି ଏହାଦ୍ବାରା ସୁଖ ସମୃଦ୍ଧି ଘରକୁ ଆସିଥାଏ ।

• ଗଣେଶଙ୍କୁ ବିଘ୍ନ ବିନାଶକ କୁହାଯାଏ । ତେଣୁ ତାଙ୍କର ପୂଜା ଦୀପାବଳୀ ଦିନ କଲେ ଜୀବନ ରୁ ସମସ୍ତ ଅସୁବିଧା ଦୁର ହେବା ସହ ପାପ କ୍ଷୟ ହୋଇଥାଏ ।

• ଦୀପାବଳୀ ଦିନ ଲକ୍ଷ୍ମୀ ଓ ଗଣେଶଙ୍କ ନିକଟରେ ପଦ୍ମ ଫୁଲ ଅର୍ପଣ କରିବା ଉଚିତ୍ । କାରଣ ଏହା ଦ୍ଵାରା ଜୀବନରୁ ସମସ୍ତ ବିପଦ ଦୁର ହୋଇଥାଏ ।

• ମା ଲକ୍ଷ୍ମୀଙ୍କୁ ଦୀପାବଳୀ ଦିନ ପ୍ରାସାଦରେ ଶ୍ରିଫଳ ନିହାତି ଅର୍ପଣ କରିବା ଉଚିତ୍ । କାରଣ ଏହା ଜୀବନରୁ ନକାରାତ୍ମକ ଶକ୍ତି କୁ ଦୂରେଇ ଥାଏ ।

• ଦୀପାବଳୀ ଦିନ ଆଖୁ କୁ ଭୋଗ ଭାବରେ ଅର୍ପଣ କରିବା ନିହାତି ଆବଶ୍ୟକ।ଏହା ଜୀବନ ରେ ମଧୁରତା ଭରିଥାଏ । (ସଂଗୃହିତ)

Comments are closed.