ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ନୂଆ ସଭାପତି

ନୂଆଦିଲ୍ଲୀ: ଶେଷରେ କଂଗ୍ରେସକୁ ନୂଆ ସଭାପତି ମିଳିଛି। ୮୦ ବର୍ଷୀୟ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ନୂଆ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଖଡଗେ ବୃହତ ବ୍ୟବଧାନରେ ତାଙ୍କ ପ୍ରତିଦ୍ବନ୍ଦୀ ଶଶି ଥରୁରଙ୍କୁ ପରାସ୍ତ କରି ଦେଶର ସର୍ବପୁରାତନ ଦଳର ନୂଆ ମୁଖିଆ ହୋଇଛନ୍ତି | ମଲ୍ଲିକାର୍ଜୁନ ଖଡଗେ ୭୮୯୭ ଭୋଟ୍ ପାଇଥିବାବେଳେ ଶଶି ଥରୁର ମାତ୍ର ୧୦୭୨ ଭୋଟ୍ ପାଇଛନ୍ତି। ଗତ ୨୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାର ବାହାରୁ ଜଣେ ନେତା କଂଗ୍ରେସ ସଭାପତି ହୋଇଛନ୍ତି। ସୀତାରାମ କେଶରୀ ଦଳର ଶେଷ ଅଣଗାନ୍ଧୀ ସଭାପତି ଥିଲେ ।

ଶଶି ଥରୁର ପରାଜୟ ସ୍ବୀକାର କରିଛନ୍ତି ଏବଂ ନୂଆ କଂଗ୍ରେସ ସଭାପତି ଖଡଗେଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଖଡଗେ ମଧ୍ୟ କଂଗ୍ରେସ ନେତାମାନଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଅକ୍ଟୋବର ୧୭ରେ ଭୋଟ୍ ଗ୍ରହଣ ହୋଇଥିଲା ।

Comments are closed.