ବିପୁଳ କଫ ସିରପ ଜବତ, ଜଣେ ଗିରଫ

ବଲାଙ୍ଗିର,୧୯।୧୦ ସ୍ଥାନୀୟ ବରପାଲି ପଡାରେ ଚଢ଼ାଉ କରି ପୁଲିସ ବିପୁଳ ମାତ୍ରାରେ କଫ ସିରପ ଜବତ କରିଛି । ଏଥିରେ ପ୍ରଶାନ୍ତ ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି । ପ୍ରଶାନ୍ତଙ୍କ ଦୋକାନରେ କିଛି କପ ସିରଫ ମିଳିଥିବା ବେଳେ ଘରପାଖରେ ଥିବା ଏକ ଭଡାଘରୁ ୪ ସହ ବୋତଲ କଫ ସିରପ ଜବତ ହୋଇଛି। ଏଥିସହ ସେହି ଭଡା ଘରୁ ଗୋଟିଏ ପେଟି ଷ୍ଟିଙ୍ଗ କୋଲଡ୍ରିଗସ ଓ ୯୦ ହଜାର ଟଙ୍କା ମଧ୍ୟ ଜବତ କରିଛି ପୋଲିସ। ତେବେ ସେଠାରେ ଦୀର୍ଘ ମାସ ଧରି କଫ ସିରପ କାରବାର ଚାଲିଥିବା ବେଳେ ମଙ୍ଗଳବାର ହିଁ ୨୬ ପେଟି କଫ ସିରଫ ଆସିଥିଲା । ଆଉ ରାତି ଅଧିଆ ସେ ବାକି କଫସିରଫ କୁ ବିକ୍ରି କରିଦେଇଥିବା ପୋଲିସ ସୂଚନା ଦେଇଛି। ଏନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଚଢ଼ାଉ କରି ଧରପଗଡ଼ ଆରମ୍ଭ କରିଛି। କଫ ସିରପ ବିକ୍ରି କରୁଥିବା ପ୍ରଶାନ୍ତ ଙ୍କୁ କୋର୍ଟ ଚାଲାଣ କରିଛି। ତାଙ୍କ ସହ ଥିବା ଜଣେ ନାବାଳକ ଙ୍କୁ ମଧ୍ୟ ପୋଲିସ ଜୁଭେଡ଼ାଇଲ କୋର୍ଟଚାଲାଣ କରିଥିବା ଏସ୍ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

Comments are closed.