କଲାମ ଦ୍ୱୀପରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଧାମରା – ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ କଲାମ ଦ୍ବୀପରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ରର ଲକ୍ଷଭେଦ କ୍ଷମତା ୧ ହଜାରରୁ ୨ ହଜାର କିଲୋମିଟର ମଧ୍ୟରେ ରହିବ । କ୍ଷେପଣାସ୍ତ୍ରର ପରୀକ୍ଷଣ ସମୟରେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା- ଡିଆରଡିଓର ବହୁ ପଦାଧିକାରୀ ଉପସ୍ଥିତ ଥିଲେ । ପୂର୍ବରୁ ୨୦୨୧ ମସିହା ଡିସେମ୍ବର ୧୮ ତାରିଖରେ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ପ୍ରଥମେ ଏପିଜି ଅବଦୁଲ କାଲାମ ଦ୍ବୀପରୁ ସଫଳତାର ସହିତ ପରୀକ୍ଷଣ କରାଯାଇଥିଲା ।

Comments are closed.