କମ୍ବିଂ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି – ଓଡ଼ିଶା- ଛତିଶଗଡ଼ ସୀମାରେ ବିପୁଳ ପରିମାଣର ମାଓ ମାରଣାସ୍ତ୍ର ଓ ସାମଗ୍ରୀ ଜବତ ହୋଇଛି । ମାଲକାନଗିରି ପୋଲିସ ଓ ଡିଭିଏଫ ଯବାନଙ୍କ ମିଳିତ କମ୍ବିଂ ଅପରେସନ ବେଳେ ବେଳେ ମାଓ ସାମଗ୍ରୀ ଓ ମାରଣାସ୍ତ୍ର ଠାବ ହୋଇଥିଲା । ମାଥିଲି ଥାନା କର୍ତନପାଲି ପଞ୍ଚାୟତ କଟଓ୍ବାପଦର ଘଞ୍ଚ ଜଂଗଲରୁ ମାଓବାଦୀ ବ୍ୟବହାର କରୁଥିବା ଏକ ଲ୍ଯାପଟପ୍ ସମେତ ୨ଟି ବନ୍ଧୁକ, ୬ଟି ବୋମା ଓ ବିପୁଳ ପରିମାଣର ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ ହୋଇଛି।

Comments are closed.