ପ୍ରଣବ ପ୍ରକାଶ ଦାସ ହେଲେ ଓସିଏର ନୂଆ ସଭାପତି

କଟକ – ଓଡ଼ିଶା କ୍ରିକେଟ ଆସୋସିଏସନ-ଓସିଏର ସଭାପତି ଭାବେ ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୨୮ତାରିଖରେ ଓସିଏର କର୍ମକର୍ତ୍ତା ନେଇ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଏଥିପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ତେବେ ଓସିଏ ସଭାପତି ସହ ସମସ୍ତ ପଦ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ଥିବାରୁ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ , ସାଧାରଣ ସଂପାଦକ ଭାବେ ସଂଜୟ ବେହେରା, ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି, କୋଷାଧ୍ୟକ୍ଷ ବିକାଶ ପ୍ରଧାନ,ପ୍ରଭାତ ଭୋଳ ସହ ସମ୍ପାଦକ ଓ ପ୍ରତାପ ଚନ୍ଦ୍ର ପ୍ରଧାନ ଆପେକ୍ସ କାଉନ୍ସିଲ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୨୮ରେ ଏଥିନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ।

Comments are closed.