କ୍ୟାବିନେଟ ବୈଠକରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ, ସୃଷ୍ଟି କରାଯିବ ଆଉ ୧୨୫ଟି ଓଏଏସ ପଦବି, ଟାଟାଷ୍ଟିଲ ପ୍ରକଳ୍ପ ପାଇଁ ଅଧିଗ୍ରହଣ ଜମି ଫେରିପାଇବେ ଚାଷୀ

ଭୁବନେଶ୍ବର – ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟରେ ଆଉ ୧୨୫ଟି ଓଏଏସ୍‌ ପଦବି ସୃଷ୍ଟି କରାଯିବ । କାର୍ଯ୍ୟଭାର ରହୁଥିବାରୁ ୧୨୫ଟି ନୂଆ ପଦବି ସୃଷ୍ଟି କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଉ ୨ ଜଣ ଡେପୁଟି କଲେକ୍ଟର ରହିବେ। ସେହିପରି ପ୍ରତି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଉ ଜଣେ ଡେପୁଟି କଲେକ୍ଟର ପଦବି ସୃଷ୍ଟି କରାଯାଇଛି। ନୂଆ ୧୨୫ ସୃଷ୍ଟି କରାଯିବା ପରେ ରାଜ୍ୟରେ ଓଏଏସ୍‌ ପଦବି ସଂଖ୍ୟା ୧୩୧୩କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ନିଆଯାଇଥିବା ନିଷ୍ପତ୍ତି ନେଇ

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ଭିଏଏସ୍‌ ଚାକିରି ସର୍ତ୍ତାବଳୀ ସଂଶୋଧନ ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। ଭେଟନରୀ ଆସିଷ୍ଟାଣ୍ଟ ସର୍ଜନ ପାଇଁ ଆଉ ମୌଖିକ ପରୀକ୍ଷା ହେବ ନାହିଁ। କେବଳ ଲିଖିତ ପରୀକ୍ଷାରେ ପାସ୍‌ କଲେ ପରୀକ୍ଷାର୍ଥୀଙ୍କୁ ଚାକିରି ମିଳିପାରିବ। ଓପିଏସସି ଜରିଆରେ ନୂଆ ନିଯୁକ୍ତି ହେବ ବୋଲି ସିଏସ ସୂଚନା ଦେଇଛନ୍ତି।

ଓଡ଼ିଶା ପାଣିପଞ୍ଚାୟତ ଆଇନରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏଥିରେ ସାମିଲ ହେବ ବୃହତ ଜଳ ପ୍ରକଳ୍ପ । ପାଣିପଞ୍ଚାୟତରେ କାର୍ଯ୍ୟରତ ଅଧିକାରୀଙ୍କ ପତ୍ନୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଦ୍ୱିତୀୟ ନ୍ୟାସନାଲ ଜୁଡିସିଆଲ ପେ କମିଶନ ସୁପାରିସକୁ କ୍ୟାବିନେଟ ମଂଜୁରୀ ମିଳିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ସୁପାରିସ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ଜିଲ୍ଲା ଜଜ୍ ଓ ନିମ୍ନ ନ୍ୟାୟିକ ଅଧିକାରୀ ଉପକୃତ ହେବେ । ପିଛିଲା ଭାବେ ୨୦୧୬ରୁ ଏହା ଲାଗୁ ହେବ । ଏଥିପାଇଁ ବାର୍ଷିକ ୯୩ କୋଟି ଅତିରିକ୍ତ ଖର୍ଚ୍ଚ ହେବ ।
ଟାଟାଷ୍ଟିଲ ପ୍ରକଳ୍ପ ପାଇଁ ଅଧିକୃତ ଜମି ଚାଷୀଙ୍କୁ ଫେରାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।

୨୦ବର୍ଷ ତଳେ ସରକାର ଅଧିଗ୍ରହଣ କରିଥିବା ୨୦୬ ଏକର ଜମି ଚାଷୀ ଙ୍କୁ ଫେରସ୍ତ କରାଯିବ ।

Comments are closed.