ଦୁଇ ଟ୍ରକ୍ ମଧ୍ୟରେ ଧକ୍କା, ଡ୍ରାଇଭରର ଗୁରୁତର

ବୌଦ୍ଧ : ମନମୁଣ୍ଡା ଥାନା ଚଉରିଆ ପଦର ନିକଟରେ ଆଜି ଭୋରରେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆହତ ଡ୍ରାଇଭର ଜଣକ ସନ୍ତୋଷ ଭୋଇ ଓ ଘର ନୟାଗଡ ଜିଲ୍ଲାରେ ବୋଲି ସୂଚନା ମିଳିଛି । ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମନମୁଣ୍ଡା ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରୁଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ପରେ ଅନ୍ୟ ଟ୍ରକ୍ ଫେରାର ମାରିଛି ।ଜଣା ପଡିଛି ।

Comments are closed.