ଛତ୍ରପୁର ଡାକ୍ତରଖାନାରେ ପୋଲିସ ଓ ପ୍ରଶାସନର ମିଳିତ ଚଢାଉ

ଛତ୍ରପୁର – ଛତ୍ରପୁର ଡାକ୍ତରଖାନାକୁ ଦଲାଲ ମୁକ୍ତ କରିବା ପାଇଁ ଉଦ୍ୟମ । ଆଜି ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ମିଳିତ ଭାବେ ଅଚାନକ ଚଢ଼ାଉ କରିଛନ୍ତି । ଏହି ଚଢ଼ାଉରେ ଛତ୍ରପୁର ଏସଡିପିଓ ଗୌତମ କିଷାନ, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମାକାନ୍ତ ନାୟକ ପ୍ରମୁଖ ସାମିଲ ଥିଲେ । ରୋଗୀଙ୍କୁ ସଠିକ୍ ଭାବେ ସେବା ପ୍ରଦାନ କରିବା ସହ ଦଲାଲ ମୁକ୍ତ ଉଦ୍ଦେଶ୍ୟ ନେଇ ଏପରି ଚଢ଼ାଉ ଜାରି ରହିବ ବୋଲି ପ୍ରତିନିଧି ଦଳ କହିଛନ୍ତି l

Comments are closed.