ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ, ଆଜି ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା ସମ୍ଭାବନା

ଭୁବନେଶ୍ୱର – ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତ ୬ ଘଣ୍ଟାରୁ ଅଧିକ ସମୟ ହେବ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ‘ସିତ୍ରାଙ୍ଗ’ । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଆକଳନ କରିଛି ।

ସିତ୍ରାଙ୍ଗ ପ୍ରଭାବରେ ଆଜି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ବାଂଲାଦେଶର ବରିସଲଠୁ ୬୫୦ କିମି ଦୂରରେ ବାତ୍ୟା ରହିଛି। ଗତ ୬ ଆସନ୍ତାକାଲି ସକାଳେ ବାଂଲାଦେଶ ଅତିକ୍ରମ କରିବ ବାତ୍ୟା।

Comments are closed.