ଟି-୨୦ ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ୯ ରନ୍‌ରେ ହରାଇଲା ବାଂଲାଦେଶ

ହୋବାର୍ଟ: ତସ୍କିନ୍ ଅହମ୍ମଦଙ୍କ ଘାତକ ବୋଲିଂ ବଳରେ ସୋମବାର ଏଠାରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ର ସୁପର ୧୨ ମ୍ୟାଚ୍‌ରେ ବାଂଲାଦେଶ ୯ ରନ୍‌ରେ ନେଦରଲାଣ୍ଡ୍ସକୁ  ହରାଇଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଦଳ ୮ ଓ୍ବିକେଟ୍ ହରାଇ ୧୪୪ ରନ୍ କରିଥିଲା । ଏହାର ଜବାବରେ ନେଦରଲାଣ୍ଡ୍ସ ଦଳ ୨୦ ଓଭରରେ ୧୩୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ନେଦରଲାଣ୍ଡ୍ସ ପକ୍ଷରୁ କଲିନ୍ ଆକ୍କର୍ମନ୍ ୪୮ ବଲରେ ଲଢୁଆ ୬୨ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ। ଅନ୍ୟପକ୍ଷରେ ବାଂଲାଦେଶର ଦ୍ରୁତ ବୋଲର ତସ୍କିନ୍ ଅହମ୍ମଦ ୨୫ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ।

ଏହାପୂର୍ବରୁ ପାଓଲ୍ ୱାନ୍ ମେକେରେନ୍ ୨୧ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିବା ବେଳେ ପାୱାରପ୍ଲେ ପରେ ନେଦରଲାଣ୍ଡ୍ସ ପ୍ରତ୍ୟାବର୍ତ୍ତନ କରି ବାଂଲାଦେଶକୁ ୧୪୪/୮ରେ ସୀମିତ ରଖିଥିଲା । ୱାନ୍ ମେକେରେନ୍ ପାୱାରପ୍ଲେରେ ହିଁ ସୋମିଆ ସରକାର (୧୪ ରନ୍) କୁ ଆଉଟ୍ କରିଥିଲେ । ଏହା ପରେ ବାଂଲାଦେଶ ମାତ୍ର ୩୩ ରନରେ ପାଞ୍ଚ ୱିକେଟ୍ ହରାଇଥିଲା। ଆଫିଫ ହୋସେନ ୨୭ ବଲରେ ୩୮ ରନ ସ୍କୋର କରି ଗୋଟିଏ ପଟେ କ୍ରିଜ୍ ଅକ୍ତିଆର କରିଥିଲେ କିନ୍ତୁ ତାଙ୍କୁ ଅନ୍ୟପଟୁ କୌଣସି ସହାୟତା ମିଳିନଥିଲା। କ୍ୟାପଟେନ ଶାକିବ ଅଲ ହାସନ ଏବଂ ଲିଟନ ଦାସ (୦୯) ମଧ୍ୟ ଶସ୍ତାରେ ଆଉଟ୍ ହୋଇଥିଲେ।

ଆଫିଫ ଦୁଇଟି ଚୌକା ଏବଂ ସମାନ ସଂଖ୍ୟକ ଛକା ମାରିଥିଲେ । ମୋସାଡଡେକ ହୋସେନ (୧୨ ବଲରେ ଅପରାଜିତ ୨୦) ତାଙ୍କୁ ସ୍କୋର ବଢ଼ାଇଥିଲେ ।  ଟି-୨୦ ବିଶ୍ୱକପରେ ଡେବ୍ୟୁ କରିଥିବା ୧୯ ବର୍ଷୀୟ ଲେଗ୍ ସ୍ପିନର ଶରିଜ ଅହମ୍ମଦ ଶାକିବଙ୍କ ୱିକେଟ୍ ନେଇଥିଲେ। ଅହମ୍ମଦ ତିନି ଓଭରରେ ୨୭ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।

ପାଞ୍ଚ ଓଭରରେ ପ୍ରଥମ ୱିକେଟ୍ ପାଇଁ ୪୩ ରନ୍ ସଂଗ୍ରହ କରିଥିବା ନାଜିମୁଲ ହୁସେନ୍ ଶାଣ୍ଟୋ (୨୫ ରନ୍) ଏବଂ ସରକାର (୧୪) ଙ୍କ ଯୋଗୁଁ ବାଂଲାଦେଶ ଏକ ଦୃଢ ଷ୍ଟାର୍ଟ କରିଥିଲା। କିନ୍ତୁ ଏହା ପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା।

Comments are closed.