ପୁରୀରେ ହବିଷ କରୁଥିବା ମାଆମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଶାଲ ପ୍ରଦାନ

ପୁରୀ – ପୁରୀରେ ହବିଷ୍ୟାଳି ମା’ ମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଶାଲ ପ୍ରଦାନ କରାଯାଇଛି । ସମସ୍ତ ହବିଷ୍ୟାଳିଙ୍କ ପାଇଁ ପୁରୀରେ ରହିବାର ସୁବନ୍ଦୋବସ୍ତ କରିଥିବା ରାଜ୍ୟ ସରକାର ପ୍ରତ୍ୟେକଙ୍କୁ ଶାଲ୍ ପ୍ରଦାନ କରିଛନ୍ତି । ପୁରୀ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ହବିଷ୍ୟାଳୀଙ୍କୁ ଶାଲ୍ ବଣ୍ଟାଯାଇଛି ।

ଏହି ବଦାନ୍ୟତା ପାଇଁ ହବିଷ୍ୟାଳିମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଉଦ୍ଦେଶ୍ୟରେ ଗୀତ ବୋଲିଛନ୍ତି । ମୁଖ୍ୟମନ୍ତ୍ରୀ ମାଆମାନଙ୍କର ମନର କଥାକୁ ବୁଝୁଥିବାରୁ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଚିରକାଳ ସୁଖ ଓ ଆନନ୍ଦର ସହ ରାଜ୍ୟର ନେତୃତ୍ୱ ନିଅନ୍ତୁ ବୋଲି ଆଶିଷ ପ୍ରଦାନ କରିଛନ୍ତି ।

Comments are closed.