ଓଡ଼ିଶାରେ ପୁଞ୍ଜି ନିବେଶ ସୁଯୋଗ: ଆଜିଠୁ ଆସିଆନ ପ୍ରତିନିଧି ଦଳର ଭୁବନେଶ୍ବର ଗସ୍ତ

ଭୁବନେଶ୍ୱର -ଓଡ଼ିଶାକୁ ଦେଶର ଶିଳ୍ପାୟନ କେନ୍ଦ୍ରସ୍ଥଳ ରୂପେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଜାରି ରଖିଛନ୍ତି। ଦେଶ ବିଦେଶରେ ରାଜ୍ୟ ସରକାର ନିବେଶକ ସମ୍ମିଳନୀ ଆୟୋଜନ କରି ବଡ଼ ବଡ଼ ଶିଳ୍ପପତିମାନଙ୍କୁ ରାଜ୍ୟରେ ପୁଞ୍ଜି ନିବେଶ କରିବାକୁ ଆମନ୍ତ୍ରଣ କରୁଛନ୍ତି। ଆଜିଠାରୁ ଆସୋସିଏସନ ଅଫ୍‍ ସାଉଥ୍‍ ଇଷ୍ଟ ଏସିଆନ ନେସନ୍ସ- ଆସିଆନର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ପ୍ରତିନିଧି ଦଳରେ ମିଆଁମାର, ଇଣ୍ଡୋନେସିଆ, ଫିଲିପାଇନ୍ସ, ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଭିଏତନାମ ଆଦି ୧୦ଟି ଦେଶର ରାଷ୍ଟ୍ରଦୂତ ସାମିଲ ଅଛନ୍ତି । ‘ମେକ୍‍ ଇନ୍‍ ଓଡ଼ିଶା’ କାର୍ଯ୍ୟକ୍ରମ ପାଇଁ ଆସିଆନ ପ୍ରତିନିଧି ଦଳ ପାଇଁ ଆଜି, ଆସନ୍ତାକାଲି ଓ ୨୮ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

Comments are closed.