ମାଲ ଵୋଝେଇ ଟ୍ରକ ଦୁର୍ଘଟଣା, ଚୁରମାର ହୋଇଗଲା ଦୋକାନ

ବରଗଡ଼: ବରଗଡ଼ ୬ ନମ୍ବର ଜାତୀୟ ରାଜପଥ ଘୁଲିପାଲି ବାଇପାସ୍ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ଏକ ଦୋକାନ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି ।

ସୂଚନା ମତେ ଘୁଲିପାଲି ବାଇପାସ ରାସ୍ତାରେ ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଦୋକାନକୁ ଧକ୍କା ଦେଇଥିଲା । ଫଳରେ ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଯାହାକୁ ନେଇ କିଛି ସମୟ ଧରି ଉତ୍ତେଜନା ଦେଖା ଦେଇଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ପୁଲିସ ଘଟଣା ସ୍ଥାନରେ ପହଂଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ପ୍ରକାଶ ଥାଉକି ଗତ କିଛିଦିନ ପୂର୍ବରୁ ଏହି ଛକରେ ସଡକ ଦୁର୍ଘଟଣାରେ ଜନୈକ ସାଇକଲ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ଟ୍ରାଇଫ ବ୍ୟବସ୍ଥା ସହ ପୋଲିସ ମୁତୟନ କରିବାକୁ ଦାବି କରାଯାଇଥିଲା । ତେବେ ଘଟଣାକୁ ଗୋଟିଏ ମାସ ମଧ୍ୟ ନପୁରୁଣୁ ପୁଣି ସେହି ସମାନ ସ୍ଥାନରେ ଦୁର୍ଘଟଣା ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ନିକଟରେ ଟ୍ରାଫିକ ବ୍ୟବସ୍ଥା କରିବାକୁ କଡାକଡି କରିବାକୁ ଦାବି କରିଛନ୍ତି।

Comments are closed.