ଆଜି ବିଧିବଦ୍ଧ ଭାବେ ଘୋଷଣା ହେବ ଓସିଏ ନିର୍ବାଚନ ଫଳ, ସବୁ ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚିତ

କଟକ – ଆଜି ବିଧିବଦ୍ଧ ଭାବେ ଘୋଷଣା ହେବ ଓଡିଶା କ୍ରିକେଟ ଆସୋସିଏସନ -ଓସିଏ ନିର୍ବାଚନ ଫଳାଫଳ । କୌଣସି ପଦ ପାଇଁ କେହି ପ୍ରତିପକ୍ଷ ପ୍ରାର୍ଥୀ ନଥିବାରୁ ସମସ୍ତେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି କେବଳ ଔପଚାରିକ ଘୋଷଣା ହେବ । ବିଜେଡି ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସଭାପତି ଭାବେ ଏକମାତ୍ର ପ୍ରାର୍ଥୀ ଥିଲେ । ଫଳରେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି । ସଞ୍ଜୟ ବେହେରାଙ୍କ ପ୍ୟାନେଲର ୬ ଜଣ ସଦସ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ସଭାପତି ପଦ ପାଇଁ ପ୍ରଣବ ପ୍ରକାଶ ଦାସ, ଉପସଭାପତି ପାଇଁ ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ପଦ ପାଇଁ ସଂଜୟ ବେହେରା, କୋଷାଧକ୍ଷ ପଦ ପାଇଁ ବିକାଶ ପ୍ରଧାନ, ସହ ସମ୍ପାଦକ ପାଇଁ ପ୍ରଭାତ ଭୋଳ ଓ ଆପେକ୍ସ କାଉନସିଲ ପଦ ପାଇଁ ପ୍ରତାପ ଚନ୍ଦ୍ର ପ୍ରଧାନ ନାମାଙ୍କନ ଦାଖଲ କରିଥିଲେ । ସମସ୍ତ ୬ଟି ପଦବୀ ପାଇଁ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଆଜି ବିଧିବଦ୍ଧ ଫଳ ଘୋଷଣା କରାଯାଇ ନିର୍ବାଚିତ ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ ।

Comments are closed.