ଖଲ୍ଲିକୋଟ ସାନଘାଟିରେ ବାଇକ ଓ ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ ଓ ୩ ଆହତ

ବ୍ରହ୍ମପୁର – ୧୬ ନମ୍ବର ଜାତୀୟ ରାଜପଥର ଖଲ୍ଲିକୋଟ ସାନଘାଟିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଗୋଟିଏ ବାଇକ ଓ ସ୍କୁଟିକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଆହତ ୩ଜଣଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ଘଟଣା ପରେ ଖସିବାକୁ ଉଦ୍ୟମ ବେଳେ ବଡ଼ଘାଟିରେ ଟ୍ରକ୍ ଓଲଟିପଡ଼ିଛି। ଦୁର୍ଘଟଣା ପରେ ସ୍କୁଟି ସହ ବାଇକଟି ଜଳିଯାଇଛି।

Comments are closed.