ପ୍ରଣବ ପ୍ରକାଶ ଦାସ ଓସିଏର ନୂଆ ସଭାପତି

କଟକ – ଓଡିଶା କ୍ରିକେଟ ଆସୋସିଏସନ -ଓସିଏର କର୍ମକର୍ତ୍ତା ନିର୍ବାଚନରେ ସମସ୍ତ ୬ ପଦବୀ ପାଇଁ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । କୌଣସି ପଦ ପାଇଁ କେହି ପ୍ରତିପକ୍ଷ ପ୍ରାର୍ଥୀ ନଥିବାରୁ ସମସ୍ତେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି କେବଳ ଔପଚାରିକ ଭାବେ ଫଳାଫଳ ଘୋଷଣା କରାଯାଇଛି । ବିଜେଡି ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସଞ୍ଜୟ ବେହେରାଙ୍କ ପ୍ୟାନେଲର ୬ ଜଣ ସଦସ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ଭାବେ ସଂଜୟ ବେହେରା, କୋଷାଧକ୍ଷ ଭାବେ ବିକାଶ ପ୍ରଧାନ, ସହ ସମ୍ପାଦକ ଭାବେ ପ୍ରଭାତ ଭୋଳ ଓ ଆପେକ୍ସ କାଉନସିଲ ସଦସ୍ୟ ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

Comments are closed.