ନନ୍ଦନକାନନରେ ହାତୀ ପ୍ରେମାର ମୃତ୍ୟୁ, ହାତୀ ସଂଖ୍ୟା ୩କୁ ହ୍ରାସ

ଭୁବନେଶ୍ୱର -ଅସୁସ୍ଥ ଥିବା ନନ୍ଦନକାନନର ବୟସ୍କା ହାତୀ ପ୍ରେମା ଆଖି ବୁଝିଛି । ବର୍ଷ ବର୍ଷ ଧରି ନନ୍ଦନକାନନର ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଥିବା ପ୍ରେମା ୬୭ ବର୍ଷ ବୟସରେ ଆଖି ବୁଜିଛି । ପ୍ରେମାର ମୃତ୍ୟୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିଆସୁଥିଲା ପ୍ରେମା । ପ୍ରେମାର ମୃତ୍ୟୁ ପରେ ନନ୍ଦନକାନନରେ ହାତୀ ସଂଖ୍ୟା ୩କୁ ଖସିଆସିଛି ।

Comments are closed.