ନିର୍ଦ୍ଦେଶକୁ ବେଖାତିର: ସିଲ୍‌ ହେଲା ୨ଟି ଦୋକାନ, ଲକ୍ଷେ ତଣ୍ଡ ଗଣିଲେ ୩ ଦୋକାନୀ

ସୁବର୍ଣ୍ଣପୁର: ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରିବା ମହଙ୍ଗା ପଡ଼ିଛି। ୩ଟି ଦୋକାନର ମାଲିକଙ୍କୁ ୧ ଲକ୍ଷ ୧୨୦୦ ଟଙ୍କା ଗଣିବାକୁ ପଡ଼ିଛି। ସେହିପରି ନିୟମ ପାଳନ କରି ନଥିବାରୁ ୨ଟି ଦୋକାନ ସିଲ୍‌ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରଭଣେଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିନିକା ଅତିରିକ୍ତ ତହସିଲଦାର ଚାନ୍ଦିନୀ ମେହେର, ଏନଏସି ଇଓ ଶ୍ରୀକୁମାର ରଥ ଓ ପୁଲିସ୍ ଟିମ୍‌ ମିଲିତ ଚଢ଼ାଉ କରି ଏହିଭଳି ପଦକ୍ଷେପ ନେଇଛନ୍ତି।

ସୂଚନା ଅନୁସାରେ ବିନିକା ଏନଏସି ପକ୍ଷରୁ ଷ୍ଟଲ ନିର୍ମାଣ କରି ଲୋକଙ୍କୁ ଭଡ଼ା ସୁତ୍ରରେ ଦିଆଯାଇଥିଲା। ୫ଜଣ ମାଲିକ୍‌ଙ୍କୁ ଏନଏସି ପକ୍ଷରୁ ଷ୍ଟଲ ଭଡ଼ା ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନଥିଲେ। ଏଥିପାଇଁ ଏନଏସି ପକ୍ଷରୁ ନୋଟିସ ମାଧ୍ୟମରେ ବାରବାର ତାଗିଦ କରାଯାଇଥିଲା। କିନ୍ତୁ ଷ୍ଟଲ ମାଲିକମାନେ ଭଡ଼ା ବାବଦକୁ ଟଙ୍କା ପଇଠ କରୁ ନଥିଲେ। ଫଳରେ ବିନିକା ଏନ୍‌ଏସି ଅଧିନରେ ୩ଟି ଦୋକାନରୁ ୧ ଲକ୍ଷ ୧ ହଜାର ୨୦୦ ଟଙ୍କା ଭଡ଼ା ସୂତ୍ରରେ ସଂଗ୍ରହ କରାଯାଇଛି। ପ୍ରଶାସନ ୨ଟି ଦୋକାନକୁ ସିଲ୍ କରି ଦେଇଛି।

Comments are closed.