ଏସକର୍ଟ ଗାଡି ଧକ୍କାରେ ଦୁଇ କଲେଜ ଛାତ୍ର ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଗୋତମା ନିକଟରେ ଜାତୀୟ ରାଜପଥ ୩୫୩ ଉପରେ ପୁଲିସ ଏସକର୍ଟ ଗାଡି ଧକ୍କାରେ ଦୁଇ ଜଣ କଲେଜ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଉଭୟ ନ୍ୟାସନାଲ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଜିତୁ ଦାସ ଓ ଯୋଗେଶ୍ୱ ପୋଡ଼। ଏବେ ଉଭୟ ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ଉଭୟ ଛାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତର ଉଭୟଙ୍କୁ ବୁର୍ଲା ରେଫର କରିଛନ୍ତି । ହେଲେ ପରିବାର ଲୋକେ ରାୟପୁର ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେବାକୁ ଜିଦ ଧରିଛନ୍ତି । ଫଳରେ ହସ୍ପିଟାଲ ପରିସରରେ ଚାପା ଉତ୍ତେଜନା ଦେଖା ଦେଇଛି ।

Comments are closed.