କିମ୍ବଦନ୍ତୀ ବୈଜ୍ଞାନିକ ଜାହାଙ୍ଗୀର ଭାବାଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – କିମ୍ବଦନ୍ତୀ ବୈଜ୍ଞାନିକ ଡକ୍ଟର ହୋମି ଜାହାଙ୍ଗୀର ଭାବାଙ୍କ ଆଜି ଜୟନ୍ତୀ। ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୂରଦୃଷ୍ଟି ସଂପନ୍ନ ଆଣବିକ ପଦାର୍ଥ ବୈଜ୍ଞାନିକ ଭାରତର ଆଣବିକ କାର୍ଯ୍ୟ କ୍ରମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଭୂମିକା ଭାରତକୁ ବିଶ୍ୱ ଆଣବିକ ବିଜ୍ଞାନ ମାନଚିତ୍ରରେ ସ୍ଥାନ ଦେଇଥିଲା । ଡକ୍ଟର ଭାବାଙ୍କ ଅବଦାନ ପୀଢ଼ି ପୀଢ଼ିକୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି।

Comments are closed.