ବନ ବିଭାଗ ପକ୍ଷରୁ ୯ ହେକ୍ଟର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ନଷ୍ଟ

ବୌଦ୍ଧ: ଖଜୁରିପଡା ସେକ୍ସନ ସୁବର୍ଣ୍ଣଗିରି କମ୍ପାଣ୍ଟମେଣ୍ଟ ନଂ ୧ ରେ ବୌଦ୍ଧ ରେଞ୍ଜ ଅଧିକାରୀ ନିହାର ରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ରବିବାର ଚଢ଼ାଉ କରାଯାଇ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ପ୍ରାୟ ୯ ହେକ୍ଟର ପରିମିତ ଜଙ୍ଗଲ ଜମିରେ କରାଯାଇଥିବା ଗଞ୍ଜେଇ ଚାଷକୁ ବନ ବିଭାଗ କାଟି ପୋଡି ନଷ୍ଟ କରିଛି। ନଷ୍ଟ କରାଯାଇଥିବା ଗଛ ପ୍ରାୟ ୧୫ ହଜାର ୭ ଶହରୁ ଊର୍ଦ୍ଧ୍ବ ହେବ । ଚଢାଉରେ କଣ୍ଟାମାଲ ବନ ଅଧିକାରୀ କ୍ଷୀରାଵଦି ପ୍ରଧାନ, ଶଗଡା ବନପାଳ ଦେବକାନ୍ତ ବେହେରାଙ୍କ ସମେତ ବନପାଳ ସ୍ୱାଧୀନ ସାମଲ, ଅଭିମନ୍ୟୁ ମହାନ୍ତି, ଏମ ପ୍ରସାଦ ରାଓ, ମାଳତୀ ମାଝୀ ,ବନରକ୍ଷୀ ସମେତ ବହୁ ବନ କର୍ମଚାରୀ ସାମିଲ ଥିଲେ।

Comments are closed.