ବନ୍ଦ ଘର ଭିତରୁ ୪ଜଣଙ୍କର ମୃତ ଦେହ ଠାବ

ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଜାମଡୋଲ ଗ୍ରାମରେ ଘଟିଛି ଅଘଟଣ । ବନ୍ଦ କୋଠରୀ ଭିତରୁ ଗୋଟିଏ ପରିବାରର ଚାରି ଜଣଙ୍କର ମୃତ ଦେହ ଠାବ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ବୟସ୍କ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ବୟସ ପାଖାପାଖି ୨୫ ରୁ ୩୦ ହେବ ବୋଲି ଜଣା ପଡ଼ିଛି । ତେବେ ସମସ୍ତେ ପରିବାରର ସଦସ୍ୟ ଅଟନ୍ତି । ସମସ୍ତଙ୍କର ମୃତ ଦେହ ଘର ଭିତରେ ରହିଥିବାର ଖବର ଆସିଛି । ଘଟଣା ସ୍ଥଳରେ ଭେଡେନ ପୋଲିସ ଜଗୀ ରହିଅଛି । ଫରେନ୍ସିକ ଟିମ ଆସିବା ପରେ ଘର କବାଟ ଖୋଲାଯିବ ବୋଲି ସୂଚନା ମିଳିଛି ।

Comments are closed.