ଗୁଜରାଟ: ଝୁଲା ପୋଲ ଭୁଶୁଡ଼ି ୬୦ ମୃତ

ଅହମ୍ମଦାବାଦ: ଗୁଜୁରାଟରେ ବଡ଼ ଅଘଟଣ । ଗୁଜରାଟର ମୋର୍ବିରେ ମଛୁ ନଦୀ ଉପରେ ରବିବାର ସନ୍ଧ୍ୟାରେ ଏକ ଝୁଲା ପୋଲ ଭୁଶୁଡିବା ପଡ଼ିବାରୁ ୬୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ବହୁ ଲୋକ ଆହତ ହୋଇଛନ୍ତି ।

ପ୍ରାୟ ୧୦୦ ବର୍ଷ ପୁରୁଣା ଏହି ପୋଲର ନିକଟରେ ମରାମତି ପରେ ସମ୍ପ୍ରତି ଜନସାଧାରଣଙ୍କ ପାଇଁ ଖୋଲା ଯାଇଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ କେନ୍ଦ୍ରରୁ ଆଉ ଦୁଇ ଏନଡିଆରଏଫ୍ ଟିମ୍ ମୋର୍ବି ଯାଇଛନ୍ତି ।

ମୃତାହତଙ୍କ ସମ୍ପର୍କରେ ସୂଚନା ପାଇଁ ଜିଲ୍ଲା ବିପର୍ଯ୍ୟୟ ନିୟନ୍ତ୍ରଣ କକ୍ଷ ପକ୍ଷରୁ ହେଲ୍ପଲାଇନ ନମ୍ବର ୦୨୮୨୨ ୨୪୩୩୦୦ ଜାରି କରାଯାଇଛି।

ମୃତକଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ରିଲିଫ ଘୋଷଣା କରାଯାଇଛି।

ଅନ୍ୟପକ୍ଷରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରଙ୍କ ପାଇଁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଉଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି |

Comments are closed.