ଆଜିଠାରୁ ଜୟପୁରରୁ ଉଡିବ ବିମାନ, ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର -ଆଜିଠୁ ଜୟପୁର -ଭୁବନେଶ୍ବର ଯାତ୍ରୀବାହୀ ବିମାନ ସେବା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ଚଳାଚଳର ଶୁଭାରମ୍ଭ କରିବେ । ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସକାଳ ସାଢେ ୧୦ଟାରେ ଯାତ୍ରୀବାହୀ ବିମାନ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।ଏହି କାର୍ଯ୍ୟକ୍ରମରେ କେନ୍ଦ୍ର, ରାଜ୍ୟ ସରକାରଙ୍କ ଅଧିକାରୀ ଓ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଆ ୱାନ ଏୟାର ଅଧିକାରୀମାନେ ଉପସ୍ଥିତ ରହିବେ ।

ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ିବା ପାଇଁ ଗତ ୨୦ ତାରିଖରେ ଡିଜିସିଏ ପକ୍ଷରୁ ଲାଇସେନ୍ସ ଦିଆଯାଇଛି । ଏହାପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୟପୁର-ଭୁବନେଶ୍ବର ଏବଂ ଭୁବନେଶ୍ବର-ଜୟପୁର ବିମାନ ଉଡ଼ିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କେନ୍ଦ୍ର ସରକାରଙ୍କ ‘ଉଡାନ’ ‌‌ଯୋଜନାରେ ବିମାନ ଚଳାଚଳ ଲାଇସେନ୍ସ ମିଳିଛି । ବି’ କ୍ୟାଟୋଗୋରି ବିମାନ ଚଳାଚଳ ପାଇଁ ଅନୁମତି ମିଳିଛି ।

ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୧ ଟା ୩୫ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜୟପୁରକୁ ଉଡାଣ ଭରିବ । ଗୋଟାଏ ୨୦ ମିନିଟରେ ଜୟପୁରରେ ପହଞ୍ଚିବ । ଜୟପୁରରୁ ଏହା ୧.୪୦ ମିନିଟରେ ଛାଡିବ ଓ 2 ଟା ୩୦ରେ ବିଶାଖାପାଟଣାରେ ପହଞ୍ଚିବ । ଏହା ଅପରାହ୍ନ ୩ଟାରେ ବିଶାଖାପାଟଣାରୁ ବାହାରି ୩ଟା ୫୦ ମିନିଟରେ ଜୟପୁରରେ ପହଞ୍ଚିବ । ସେହିପରି ୪ଟା ୫ମିନିଟରେ ଜୟପୁରରୁ ବାହାରି ୫ଟା ୫୦ ମିନିଟରେ ଭୁବନେଶ୍ବରରେ ପହଞ୍ଚିବ ।

Comments are closed.