ବ୍ରହ୍ମପୁର ଘରୋଇ ଗେଷ୍ଟ ହାଉସରେ ଚଢ଼ଉ: ୩ ଯୁବତୀ ଉଦ୍ଧାର, ୧୦ ଅଟକ

ବ୍ରହ୍ମପୁର: ବ୍ରହ୍ମପୁର ଟାଟାବେଞ୍ଜ୍ ଛକ ନିକଟସ୍ଥ ଏକ ଘରୋଇ ଗେଷ୍ଟ୍ ହାଉସରେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ପୋଲିସ ଫିଲ୍ମୀ ଷ୍ଟାଇଲରେ ଚଢ଼ଉ କରି ଏକ ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି। ସେଠାରୁ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୦ ଜଣ ଗରାଖ ତଥା ଦଲାଲଙ୍କୁ କାବୁ କରିଛି ପୋଲିସ। ସେକ୍ସ ରାକେଟ କାରବାର ବାବଦରେ ସୂଚନା ପାଇ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍ ନିଜେ ଚଢ଼ଉର ନେତୃତ୍ବ ନେଇଥିଲେ। ଏକ ବାଇକରେ ଉକ୍ତ ଲଜ୍ ନିକଟରେ ପହଞ୍ଚି ଅଚାନକ ଚଢ଼ଉ କରିଥିଲେ। ସହରରେ କୋୖଣସି ସଙ୍ଗଠିତ ଅପରାଧ ବା ବେଆଇନ କାର୍ଯ୍ୟ ହେଉଥିବା ସୂଚନା ମିଳିବା ପରେ ଖୋଦ୍ ଏସପି ନିଜେ ନେତୃତ୍ବ ନେଇ ଧରପଗଡ଼ କରି ସଫଳତା ହାସଲ କରୁଥିବା ଦେଖିବାକୁ ମିଳିଛି।

Comments are closed.