ଧାମନଗର ଉପନିର୍ବାଚନ ପାଇଁ ଆଜି ଥମିବ ପ୍ରଚାର, ନଭେମ୍ବର ୩ରେ ଭୋଟ୍

ଧାମନଗର – ଧାମନଗର ଉପନିର୍ବାଚନ ପାଇଁ ଆଜି ସଂଧ୍ୟାରେ ପ୍ରଚାର ଶେଷ ହେଉଛି। ଶେଷ ଦିନରେ ଜୋରଦାର ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିବେ ପ୍ରମୁଖ ରାଜନୈତିକ ଦଳ । ଆଜି ବିଜେଡି ବଡ଼ ବାଇକ ରାଲି କରି ବିଜେଡି । ଲୋକଙ୍କ ପାଖରେ ପହଞ୍ଚି ଭୋଟ ପାଇଁ ନିବେଦନ କରିବ ଦଳ ।

ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଭୋଟ ମାଗୁଥିବା ବେଳେ ଶାସକ ବିଜେଡି ବିକାଶ ଓ ମୁଖ୍ୟମନ୍ତ୍ରୀଙ୍କ ଜନହିତକାରୀ କାର୍ଯ୍ୟର ଉଲ୍ଲେଖ କରି ଭୋଟ୍ ଭିକ୍ଷା କରିଛି । ଗତକାଲି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧାମନଗର ବିକାଶ ଦାୟିତ୍ବ ନିଜେ ନେବା ସହ ପଞ୍ଚାୟତ, ପୌର ଭଳି ଏଥର ବି ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ ଦେବାକୁ ଅନୁରୋଧ କରିଛନ୍ତି ନବୀନ । ୫ ବର୍ଷର କାମ ୧୮ ମାସରେ ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମିଶନ ଶକ୍ତି ମାଆ ଅବନ୍ତୀ ଦାସଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି ନବୀନ ।

ଧାମନଗର ବିଜେଡି ପକ୍ଷରୁ ଅବନ୍ତୀ ଦାସ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପକ୍ଷରୁ ହରେକୃଷ୍ଣ ସେଠୀ ପ୍ରାର୍ଥୀ ଅଛନ୍ତି । ସେହିପରି ବିଜେପିର ସୂର୍ଯ୍ୟବଂଶୀ ସୂରଜ ଓ ସ୍ୱାଧୀନ ଭାବେ ରାଜେନ୍ଦ୍ର ଦାସ ନିର୍ବାଚନୀ ମଇଦାନରେ ଅଛନ୍ତି। ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗର ଆସନରେ ଉପନିର୍ବାଚନ ହେଉଛି । ଏହିମାସ ୩ ତାରିଖରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ।

Comments are closed.