ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ସିଇଓଙ୍କଠାରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର – ବିଜେପି ବିରୋଧରେ ପୁଣି ଥରେ ଧାମନଗର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ଫେରାଦ ହୋଇଛି ବିଜେଡି । ଧାମନଗର ଉପନିର୍ବାଚନରେ ପରାଜୟ ଭୟରେ ବିଜେପି ସମସ୍ତ ନିୟମ ଉଲ୍ଲଙ୍ଘନ କରୁଛି । ଏ ନେଇ ସିଇଓଙ୍କୁ ବିଜେଡିର ୭ ଜଣିଆ ପ୍ରତିନିଧି ଦଳ ଭେଟିଛନ୍ତି । ପ୍ରଚାର ସମୟରେ ମହିଳାଙ୍କ ଉପରେ ବିଜେପି ଆକ୍ରମଣ କରୁଥିବା ଅଭିଯୋଗ କରିଛି ବିଜେଡି । ମହିଳାଙ୍କୁ ଶାରୀରିକ, ମାନସିକ ନିର୍ଯ୍ୟାତନା ଓ ରାଜନୈତିକ ଆକ୍ରମଣ କରୁଛି ବିଜେପି । ଅଶୋଭନୀୟ ଆଚରଣ କରିବା ସହ ଗାଳିଗୁଲଜ କରୁଛନ୍ତି । ମହିଳାଙ୍କ ମହନୀୟତାକୁ କ୍ଷୁର୍ଣ୍ଣ କରୁଛି ବିଜେପି । ବହୁ ବ୍ୟବଧାନରେ ହାରିବା ଭୟରେ ବିଜେପି ଏପରି କରୁଥିବା ଅଭିଯୋଗ କରିଛି ବିଜେଡି । ମହିଳା ଏସଏଜିଙ୍କ ବିରୋଧରେ ଫେକ ଭିଡ଼ିଓ କରିଥିଲା ବିଜେପି । ଏହା ଦ୍ବାରା ଧାମନଗରର ନାରୀ ଶକ୍ତି ଓ ମହିଳା ଏସଏଜିଙ୍କ ଗାରିମାଙ୍କୁ ନଷ୍ଟ କରିବାକୁ ଚେଷ୍ଟା କରିଛି ବିଜେପି । ବରିଷ୍ଠ ମନ୍ତ୍ରୀଙ୍କୁ ଗାଳିଗୁଲଜ କରିଥିଲା ବିଜେପି । ଜଣେ ମହିଳା ମମତା ଆଚାର୍ଯ୍ୟଙ୍କୁ ଆକ୍ରମଣ କରିବା ସହ ତାଙ୍କ ମିଠା ଦୋକାନ ଭଙ୍ଗାରୁଜ୍ଜା କରିଥିଲେ । ବିଜେପିର ଜଣେ କ୍ୟାଡ଼ର ଏହି କାର୍ଯ୍ୟ କରିଛନ୍ତି । ଏନଏସଏରେ ବୁକ ହୋଇଥିବା ଜଣେ ଅପରାଧି ନେତୃତ୍ୱରେ ବିଜେପିର କର୍ମୀମାନେ ଏହି କାର୍ଯ୍ୟ କରିଛନ୍ତି ବୋଲି ସଙ୍ଗୀନ ଅଭିଯୋଗ କରିଛି ବିଜେଡି ।

Comments are closed.