ହାଇକୋର୍ଟ ବେଞ୍ଚ ଦାବିରେ ଅଫିସ ଅଦାଲତ ଠପ୍

ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ପୂର୍ବ ଘୋଷଣା ମୁତାବକ ଆଜି ସମ୍ବଲପୁର ଜିଲ୍ଲା ଓକିଲ ସଂଘ କୋର୍ଟ ସମେତ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ଅଚଳ କରି ଧାରଣା ଦେଇଛି। ପୂର୍ବରୁ ସୁନ୍ଦରଗଡରେ ଅନୁଷ୍ଠିତ ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି)ର ବୈଠକରେ ରାଜ୍ଯ ସରକାର ସମ୍ବଲପୁରରେ ବେଞ୍ଚ ସ୍ଥାପନ ନେଇ ହାଇକୋର୍ଟଙ୍କ ମତାମତ ସହ ପୂର୍ଣାଙ୍ଗ ପ୍ରସ୍ତାବ ଦେବାକୁ ଦାବି କରି ଆନ୍ଦୋଳନକୁ ଜୋରଦାର କରିବାକୁ ଘୋଷଣା କରିଥିଲା। ସେହିପରି ଗତ ମାସରେ ରାଜ୍ଯ ସରକାରଙ୍କ ହୋଇଥିବା ଆଲୋଚନା ବେଳେ ବି ଏହି ଦାବି ଉଠାଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ରକୁ ପୂର୍ଣାଙ୍ଗ ପ୍ରସ୍ତାବ ଦିଆଯାଇନଥିବାରୁ ସମ୍ବଲପୁର ବାର୍ ପ୍ରତି ବୁଧବାର ଦିନ କୋର୍ଟ ସହ ରାଜ୍ଯ ସରକାରଙ୍କ ଅଫିସ ଅଚଳ କରିବାକୁ ଘୋଷଣା କରିଥିଲା। ଏହି ପରିପ୍ରେକ୍ଷୀରେ ଆଜି ଓକିଲ ସଂଘର କର୍ମକର୍ତ୍ତା କୋର୍ଟ ଓ ସରକାରୀ ଅଫିସ ପିକେଟିଂ କରି ବନ୍ଦ କରିବା ସହିତ କଚେରୀ ଛକରେ ଧାରଣା ଦେଇଛନ୍ତି।

Comments are closed.