ଦିନ ଦ୍ଵିପ୍ରହରେ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ, ଲୁଟେରାକୁ ଉତ୍ତମ ମଧ୍ୟମ ପରେ ପୁଲିସ ଜିମା ଦେଲେ ଲୋକେ

ନୂଆପଡ଼ା : ଦିନ ଦ୍ଵିପ୍ରହରରେ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ। ଲୁଟେରାକୁ କାବୁ କରି ପୁଲିସ ଜିମା ଦେଲେ ଲୋକେ। ନୂଆପଡ଼ା ସଦର ଥାନା ସିରତୋଲ ଛକ ନିକଟରେ ଏକ ମୋବାଇଲ ଦୋକାନରେ ବନ୍ଧୁକ ଦେଖାଇ ଜଣେ ଯୁବକ ଲୁଟ୍ ଉଦ୍ୟମ କରିଥିଲେ। ଏତିକି ବେଳେ ସ୍ଥାନୀୟ ଲୋକେ ଲୁଟେରାକୁ କାବୁ କରି ପୁଲିସକୁ ଜିମା ଦେଇଛନ୍ତି ।

ସୂଚନା ମତେ , ସିରତୋଲ ଛକରେ ଦୁଷ୍ମନ୍ତ ଗୁରୁ ନାମକ ଜଣେ ଯୁବକ ମୋବାଇଲ ଦୋକାନ କରିଛନ୍ତି । ଆଜି ମଧ୍ୟାହ୍ନରେ ଏକ ଅଜଣା ଯୁବକ ଦୋକାନକୁ ଆଧାର କାର୍ଡ ତିଆରି କରିବା ବାହାନାରେ ଆସିଥିଲେ । ସେଠାରେ ଦୋକାନ ମାଲିକ ଦୁଷ୍ମନ୍ତ ଏକାକୀ ଥିବାର ସୁଯୋଗ ନେଇ ଅଜଣା ଯୁବକ ଜଣକ ଦୋକାନରେ ଲୁଟ୍ କରିବାକୁ ଯୋଜନା କରିଥିଲେ। ବ୍ୟାଗରୁ ବନ୍ଧୁକ ବାହାର କରି ଦୁଷ୍ମନ୍ତଙ୍କ ମୁଣ୍ଡରେ ଲଗାଇ ଦୋକାନରେ ଯେତେ ଟଙ୍କା ଅଛି ଦିଅ, ନହେଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା । ଏହି ସମୟରେ ଦୁଷ୍ମନ୍ତ ଚିତ୍କାର କରି ବନ୍ଧୁକକୁ ଧରିଥିଲେ । ସ୍ଥାନୀୟ ଲୋକେ ଧାଇଁ ଆସି ଲୁଟେରାଙ୍କୁ କାବୁ କରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ। ପରେ ପୁଲିସ ଜିମା ଦେଇଥିଲେ। ପୋଲିସ ଏବେ ଲୁଟେରାକୁ ଅଟକ ରଖି ପଚରାଉଚୁରା କରୁଛି। ଯୁବକଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଛି।

Comments are closed.