ପଦ୍ମପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଡିସେମ୍ବର ୫ରେ ଭୋଟ 

ଭୁବନେଶ୍ୱର – ଓଡ଼ିଶାର ପଦ୍ମପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଛି । ଆସନ୍ତାମାସ ୫ ତାରିଖରେ ହେବ ଭୋଟ ଗ୍ରହଣ । ନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବା ବେଳେ

୧୮ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ନଭେମ୍ବର ୨୧ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଡିସେମ୍ବର ୮ତାରିଖରେ ଫଳାଫଳ ଘୋଷଣା ହେବ ।

Comments are closed.