ଆଉ କିଛି ସମୟ ପରେ ଧାମନଗର ଉପନିର୍ବାଚନ ଗଣତି

ଭଦ୍ରକ – ଧାମନଗର ଉପନିର୍ବାଚନର ଭୋଟ ଗଣତି ଆଜି ଆରମ୍ଭ ହେଉଛି । ସକାଳ ୮ଟାରେ ଆରମ୍ଭ ହେବ ଗଣତି । ଭୋଟ ଗଣତି ପାଇଁ ୨୦୦ରୁ ଊର୍ଦ୍ଧ୍ବ ସରକାରୀ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୧୦ଜଣ ପ୍ରାଶାସନିକ ଅଧିକାରୀଙ୍କୁ ଭୋଟ ଗଣତିର ଟିକିନଖି ବିବରଣୀ ରଖିବାକୁ ଦାୟିତ୍ବ ଦିଆଯାଇଛି। ଗଣତି ପାଇଁ ମୋଟ ୧୪ଟି ଟେବୁଲ କରାଯାଇଛି। ମୋଟ ୧୮ ରାଉଣ୍ଡରେ ଗଣତି ହେବ। ଅପରାହ୍ନ ୫ଟା ସୁଦ୍ଧା ଫଳାଫଳ ଘୋଷଣା ହେବାକୁ ଥିଲେ ମଧ୍ୟ ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିଯିବା ଆଶା କରାଯାଉଛି।

ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା। ଏଥର ମୁକାବିଲା ଜୋରଦାର ହେବ ବୋଲି ଆଶା କରାଯାଉଛି। ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ହରେକୃଷ୍ଣ ସେଠୀଙ୍କୁ ଛିଡ଼ା କରିଥିବା ବେଳେ ଦୁଇ ସ୍ୱାଧୀନ ପ୍ରାର୍ଥୀ ବି ମଇଦାନରେ ଅଛନ୍ତି।

Comments are closed.