ବାଂଲାଦେଶକୁ ହରାଇ ବିଶ୍ୱକପ ସେମିରେ ପାକିସ୍ତାନ

ଆଡିଲେଡ – ଟି-୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ । ଗ୍ରୁପ୍-୨ରୁ ଦ୍ୱିତୀୟ ଦଳ ଭାବରେ ସେମିରେ ପହଞ୍ଚିଲା ପାକିସ୍ତାନ । ଆଡିଲେଡରେ ଖେଳାଯାଇଥିବା ମ୍ୟାଚରେ ବାଂଲାଦେଶକୁ ୫ ଓ୍ୱିକେଟରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି ପାକିସ୍ତାନ । ପୂର୍ବରୁ ଆଜି ଖେଳାଯାଇଥିବା ଗ୍ରୁପ ବି ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡସଠୁ ହାରି ସେମିଫାଇନାଲ ରେସରୁ ବାଦ ପଡ଼ିଥିଲା । ଆଉ ସେମିଫାଇନାଲକୁ ଯିବାକୁ ହେଲେ ପାକିସ୍ତାନ ବାଂଲାଦେଶକୁ ହରାଇବା ଆବଶ୍ୟକ ହେଉଥିଲା । ସେପଟେ ଦକ୍ଷିଣ ଆଫ୍ରିକା ହାରିଥିବାରୁ ଭାରତ ମଧ୍ୟ ସିଧାସଳଖ ସେମିରେ ପ୍ରବେଶ କରିଛି । ଭାରତ ନିଜର ଶେଷ ଗ୍ରୁପ ମ୍ୟାଚରେ ଜିମ୍ବାୱେ ସହ ମୁକାବିଲା କରୁଛି ।

Comments are closed.