ଧାମନଗର ଆସନ ବଜାୟ ରଖିଲା ବିଜେପି

ଭୁବନେଶ୍ୱର – ଧାମନଗର ବିଧାନସଭା ଆସନ ବଜାୟ ରଖିଛି ବିଜେପି । ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ । ରାଜ୍ୟ ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ଏହି ଘୋଷଣା କରିଛନ୍ତି। ସୂରଜ ୯ ହଜାର ୮୮୧ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ହରାଇଛନ୍ତି ବିଜେପିର ସୂରଜ ସୂର୍ଯ୍ୟବଂଶୀ ।

ସୂରଜ ସୂର୍ଯ୍ୟବଂଶୀ ୮୦ ହଜାର ୩୫୧ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୭୦ ହଜାର ୪୭୦ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣଙ୍କୁ ୩ ହଜାର ୫୬୧ ଭୋଟ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ୮ ହଜାର ୧୫୩ ଖଣ୍ଡ ଭୋଟ ମିଳିଛି । ସେହିପରି ନୋଟାରେ ୬୫୦ ଖଣ୍ଡ ଭୋଟ ପଡିଛି । ସୂରଜ ସୂର୍ଯ୍ୟବଂଶୀଙ୍କ ପିତା ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା।

Comments are closed.